ବ୍ରହ୍ମପୁର( ଦ କୁଇଭର ):- ରବିବାର ବ୍ରହ୍ମପୁର ଜିଲ୍ଲା ପୋଲିସ ଦ୍ୱାରା ଫିଟ୍ ଇଣ୍ଡିଆ ଅଭିଯାନର ଏକ ଅଂଶ ସ୍ୱରୂପ,sunday on cycle ବା "ସାଇକେଲରେ ରବିବାର" କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l କ୍ରୀଡା ବିଭାଗ ଭାରତ ସରକାରଙ୍କ ,ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଏହାର 'ଖେଲୋ ଇଣ୍ଡିଆ' କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ରାଜ୍ୟ ପୋଲିସକୁ "ସାଇକେଲରେ ରବିବାର" ଅଭିଯାନ ମାଧ୍ୟମରେ 'ଫିଟ୍ ଇଣ୍ଡିଆ ମିଶନ' ଅଭିଯାନରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ,ମନ କି ବାତର ୧୧୭ତମ ଏପିସୋଡରେ ନିୟମିତ ଶାରୀରିକ କାର୍ଯ୍ୟକଳାପ ମାଧ୍ୟମରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱକୁ ପୁନଃପ୍ରକାଶ କରିଥିଲେ। ଏହି ଭାବନାରେ, ଫିଟ୍ ଇଣ୍ଡିଆ ମିଶନ ୨୪ ଅଗଷ୍ଟ ୨୦୨୫ ରେ "ରାଜ୍ୟ ପୋଲିସ" ସହିତ ମିଶି "ଫିଟ୍ନେସ୍ କି ଡୋଜ୍, ଆଧା ଘଣ୍ଟା ରୋଜ୍" ଅଭିଯାନ ବାର୍ତ୍ତା ପ୍ରସାର କରିବାରେ ସମର୍ଥନ ସହିତ "ସଣ୍ଡେ ଅନ ସାଇକେଲ" ଅଭିଯାନର ଏକ ସ୍ୱତନ୍ତ୍ର ସଂସ୍କରଣ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲା। ତେଣୁ ଉପରୋକ୍ତ ଘଟଣାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ୨୪ ଅଗଷ୍ଟ ୨୦୨୫ ରବିବାର "ଫିଟ୍ ଇଣ୍ଡିଆ ସାଇକେଲିଂ ଡ୍ରାଇଭ୍" "ସଣ୍ଡେ ଅନ୍ ସାଇକେଲ" ଆୟୋଜନ କରିଛି । ଓଡ଼ିଶା ଡିଜିପିଙ୍କ ନିର୍ଦ୍ଦେଶ ଅନୁଯାୟୀ, ବ୍ରହ୍ମପୁର ଏସ୍ପି ଡ଼ା ଶ୍ରବଣ ବିବେକ ଏମ,ସର୍ଜେଣ୍ଟ, ୧୦ ଜଣ ହାବିଲଦାର ଏବଂ ଅନ୍ୟାନ୍ୟ କନଷ୍ଟେବଳଙ୍କ ସମେତ ବ୍ରହ୍ମପୁର ପୋଲିସର ୩୦ ଜଣ ପୋଲିସ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସମସ୍ତ ୩୦ ଜଣ ବ୍ୟକ୍ତି ଏସପି ବ୍ରହ୍ମପୁର କାର୍ଯ୍ୟାଳୟରୁ ଗୋପାଳପୁର ପର୍ଯ୍ୟନ୍ତ ସାଇକେଲ ଚଲାଇ କମଳାପୁର ଏବଂ ଆଙ୍କୁଲି ଦେଇ ବ୍ରହ୍ମପୁର ଫେରିଥିବା ଦେଖିବାକୁ ମିଳିଛି l